ଏସିଏଫ ବାବୁଙ୍କ ଘରେ ଜବତ ହେଲା ୧୪ ଲକ୍ଷ

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଏସିଏଫଙ୍କ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ସମେତ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକର ୫ ଓ ୬ନଂ ଫ୍ଲାଟ୍‌ରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନ୍ୟପଟେ ଏହି ଚଢ଼ାଉକୁ ବେଆଇନ କହିଛନ୍ତି ଏସିଏଫ୍ । ସେ ସବୁ କିଛି ସ୍ବଛ ଭାବେ କିଣିଥିବା କହିଛନ୍ତି। ଶତ୍ରୁମାନେ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି।ଏହି ଚଢାଉରେ ଭିଜିଲାନ୍ସ ଟିମର ୩ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ