ଭରତପୁର ଥାନାରେ ପୋଲିସ ଆର୍ମି ମେଜର ଓ ବାନ୍ଧବୀ ବିବାଦ ମାମଲାରେ ଆଜିଠାରୁ କମିଶନଙ୍କ ପ୍ରାରମ୍ଭିକ ଶୁଣାଣି ଆରମ୍ଭ ହୋଇଛି । ଚିତରଞ୍ଜନ ଦାସ କମିଶନଙ୍କ ନେତୃତ୍ବରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଥମ ଶୁଣାଣିରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଜେରା କରାଯାଇଛି ।ସେଦିନ ଥାନାରେ କଣ ଘଟିଥିଲା ତାହାକୁ ଥାନାରେ କମିଶନଙ୍କ ଉପସ୍ଥିତିରେ ବର୍ଣ୍ଣନା କରିଥିଲେ ଆର୍ମି ମେଜରଙ୍କ ଓ ତାଙ୍କ ବାନ୍ଧବୀ । ଭରତପୁର ଥାନାରେ ରିସେପ୍ସନ ଠାରୁ ଆରମ୍ଭ କରି ହାଜତ ପର୍ଯ୍ୟନ୍ତ ଯାହା ଘଟିଥିଲା ସେସବୁ ପୀଡିତା ଓ ତାଙ୍କ ବନ୍ଧୁ ମେଜର ବଖାଣିଥିଲେ ।
କମିଶନଙ୍କ ଟିମ୍ ସେସବୁର ଅଡିଓ ଭିଡିଓ ରେକର୍ଡ କରିଥିଲେ । ଦୁଇ ପକ୍ଷଙ୍କ ଓକିଲ ଉପସ୍ଥିତ ଥିଲେ । କ୍ରାଇମବ୍ରାଞ୍ଚ କମିଶନଙ୍କ ଆଗରେ ତଦନ୍ତ ରିପୋର୍ଟ ଉପସ୍ଥାପନରେ ଫେଲ୍ । ଆସନ୍ତା ୧୧ ତାରିଖରେ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । କମିଶନଙ୍କ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି ।