ମହାକୁମ୍ଭ ମେଳା; ୟୁପିରୁ ଆସିଲା ମୋହନ ମାଝୀଙ୍କୁ ନିମନ୍ତ୍ରଣ ।

ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ଏହାସହ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କୁ ନିମନ୍ତ୍ରଣ ଦେବାକୁ ଓଡିଶା ଆସିଛନ୍ତି ଉତ୍ତରପ୍ରଦେଶ ସରକାରର ଦୁଇ ମନ୍ତ୍ରୀ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭରେ ୪୩ କୋଟିରୁ ଅଧିକ ତୀର୍ଥ ଯାତ୍ରୀ, ସାଧୁସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରଖିଛି ୟୁପି ସରକାର।

ଦିବ୍ୟ, ବିଶାଳ ଓ ଡିଜିଟାଲ କ୍ଷେତ୍ରରେ ଉନ୍ନତ ମହାକୁମ୍ଭର ଆୟୋଜନ କରିବା ପାଇଁ ଯୋଜନା କରିଛନ୍ତି ୟୁପି ସରକାର |ଉତ୍ତର ପ୍ରଦେଶର ଏହି ମନ୍ତ୍ରୀ ଦ୍ୱୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଗଙ୍ଗା ଜଳରେ ପୂର୍ଣ ଏକ ଶୁଭ କଳସ ଓ ମହାକୁମ୍ଭର ଏକ ଲୋଗୋ ପ୍ରଦାନ କରିଥିଲେ। ଏହି ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ