କଟକ ଏସସିବିରେ ଚାକିରି ବିକ୍ରି ମାମଲା। ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି।

କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଗିରଫଦାରୀ ସଂଖ୍ୟା ଏବେ ୪ରେ ପହଞ୍ଚିଛି।ଗତ ଦୁଇ ଦିନ ତଳେ କଟକ ମଙ୍ଗଳାବାଗ ପୋଲିସ ଚାକିରି ଠକେଇର ସୁରାକ ପାଇ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତିଙ୍କୁ ଗିରଫ କରିଥିଲା । ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାଁନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଥିଲେ ।

ଅଧିକ ପଢନ୍ତୁ