ବିଧାନସଭାରେ ଆଳୁ ତାତି ।ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ବିଧାନସଭାରେ ଆଳୁ ତାତି । ରାଜ୍ୟରେ ଆଳୁ ସଙ୍କଟ ପାଇଁ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରାଜ୍ୟ ସରକାରଙ୍କୁ ବିଜେଡି ବିଧାୟକ ଗଣେଶ୍ବର ବେହେରା ଘେରିବା ପରେ ପୂର୍ବ ସରକାରକୁ ପାଲଟା ଦୋଷ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କେଭି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି । ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ କରୁଛି । ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର ।

ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି ।ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି|ବିଜେପି ସରକାର ହାଇବ୍ରିଡ୍‌ ମୋଡରେ ଶୀତଳଭଣ୍ଡାର କରିବାକୁ ଯୋଜନା କରିଛି । ରାଜ୍ୟରେ ଯେଉଁ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ, ତାହା ପିପିପି ମୋଡ଼ରେ ହାଇବ୍ରିଡ଼ ଢାଞ୍ଚାରେ ନିର୍ମାଣ କରାଯିବ । ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ । ରାଜ୍ୟରେ ହାଇବ୍ରିଡ୍‌ ମୋଡରେ ହେବ ଶୀତଳଭଣ୍ଡାର । ମୋଟ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ।

ଅଧିକ ପଢନ୍ତୁ