ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ । ତେବେ ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ଘଟଣାର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସିବିଆଇ ମାମଲାରେ ଜୋରଦାର କରୁଛି ଖୋଳତାଡ଼। ବ୍ରିଜ୍ ଆଣ୍ଡ ରୁଫ୍ ଅଧିକାରୀଙ୍କ ସହ ବିଷ୍ଣୁପଦ ସେଠୀଙ୍କ ସହ ଆଲୋଚନା ହୋଇଥିବା ଧୀରେ ଧୀରେ ସ୍ପଷ୍ଟ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି, ୫ ତାରିଖରେ ବିଷ୍ଣୁପଦ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଏମ୍ ବି.କେ ସିଂହ ଓ ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିଲା ?
ଯଦି ସାକ୍ଷାତ୍ ହୋଇଥିଲା, ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା, ତାହାର ଖୋଳତାଡ଼ କରୁଛି ସିବିଆଇ।ଗତ ୭ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ଲକ୍ଷ ଟଙ୍କା ନଗଦ ଲାଂଚ ଟଙ୍କା ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବା ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି। କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କ ସମେତ ଆଦିତ୍ୟଦେବ ଇନଫ୍ରାଷ୍ଟକର ପ୍ରାଃ ଲିଃର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିବା ପରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ପାଇଛି ସିବିଆଇ।