ଏମ୍ସରେ ଜୀବନ ହାରିଲେ ରୋଗୀ !

ଭୁବନେଶ୍ବର ଏମସ ହସ୍ପିଟାଲରେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି ।ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ୭୦ ବର୍ଷୀୟ ଜଣେ ବୃଦ୍ଧ ହୋଇଥିବା ଜ​‌ଣାପଡିଛି। ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।ମୃତକଙ୍କ ଘର ଯାଜପୁର ଜିଲ୍ଲା ଅଟଳପୁର ଗାଁରେ।

ଅଧିକ ପଢନ୍ତୁ