ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଲେ ବିଡ଼ିଓ

ନୂଆଗାଁ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁକୁଡ଼ା ଏବଂ ବଡଜିରି ଗ୍ରାମକୁ ବ୍ଲକରେ ଯୋଗ ଦେଇଥିବା ନୂତନ ବିଡ଼ିଓ ଡ. ଅମୃତ କୁମାର ରାଉଲ୍ ପରିଦର୍ଶନ କରିବା ସହ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଦେଶ ସ୍ଵାଧୀନତାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଲୋକମାନେ ଯାତାୟତ ପାଇଁ ବହୁତ ଅସୁବିଧା ସମ୍ମୁଖୀନ ଭୋଗୁଥିବା ସମସ୍ୟାକୁ ନେଇ ବିଡ଼ିଓ ଙ୍କୁ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରି କିଭଳି ରାସ୍ତା ତୁରନ୍ତ କାମ ହେବ ସେ ଉପରେ ଲୋକମାନଙ୍କୁ ବିଡ଼ିଓ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବୁଲୁ ମଳିକ, ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, କନିଷ୍ଠ ଯନ୍ତ୍ରୀ ନେତ୍ରାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ