୨୮ତାରିଖରେ ସମ୍ବଲପୁର ଆସିବେ ଗୃହମନ୍ତ୍ରୀ ଅମିତ ଶାହା । 

ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ଏବେ ଓଡ଼ିଶା । ମାସକ ମଧ୍ୟରେ ପୁଣି ଦ୍ୱିତୀୟଥର ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ । ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନ୍ୟ ପ୍ରକଳ୍ପ କରିବେ ଉଦଘାଟନ । ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ୨୮ତାରିଖ ସମ୍ବଲପୁର ଗସ୍ତରେ ଆସିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ ।ଏହି ଗସ୍ତ ସମୟରେ ଶ୍ରୀ ଶାହା ରାଜ୍ୟରେ ଦଳର ବିଧାୟକ,ସାଂସଦ ଓ ବରିଷ୍ଠ କର୍ମକର୍ତ୍ତାଙ୍କ ବୈଠକ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।ତେବେ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଯେତିକି ଗସ୍ତ କରିବେ ସେତିକି ଓଡିଶାକୁ ଫାଇଦା ଦେବ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।

ଅଧିକ ପଢନ୍ତୁ