ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ।ଉଭୟ ଯମୁନା ଓ ଜିନ୍ନତ ସୁସ୍ଥ ଅଛନ୍ତି ।ଯମୁନା ଏବେବି ଶିମିଳିପାଳ ଲ୍ୟାଣ୍ଡସ୍କେପ୍ ଅର୍ଥାତ କୂଳଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି ।
ସୂଚନାମୁତାବକ ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି।