ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା । ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି । ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର । ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନଥିଲେ । ସେହି ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ।