ରାଜ୍ୟର ନୂଆ ଆଇନ କମିଶନ ଗଠନ । ନବଗଠିତ ଲ କମିସନର ଅଧ୍ୟକ୍ଷ ରହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ଏନେଇ ଶୁକ୍ରବାର ଆଇନ ବିଭାଗ ବିଜ୍ଞପ୍ତି ପକ୍ଷରୁ ପ୍ରକାଶ ପାଇଛି । ଆଡଭୋକେଟ୍ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିବେ । ସେହିପରି ବରିଷ୍ଠ ଆଇଡୋକେଟ୍ ସୂର୍ଯ୍ୟ ପ୍ରକାଶ ମିଶ୍ର ଏବଂ ବରିଷ୍ଠ ଆଇଡୋକେଟ୍ ସୌର ଚନ୍ଦ୍ର ମହାପାତ୍ର କମିଶନର ସଦସ୍ୟ ରହିବେ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।