ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।୨୦୨୭ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ଅନୁଷ୍ଠିତ ହେବ ।ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ସରିବ । କେବଳ ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇବ । ଗଣିତ ପରୀକ୍ଷା ଦିନ ୧୧ଟା ୪୫ରେ ଶେଷ ହେବ ।ପ୍ରଥମ ଦିନ ଅର୍ଥାତ ୧୨ ତାରିଖରେ ଫାର୍ଷ୍ଟ ଲାଙ୍ଗୁଏଜ ଏବଂ ଶେଷ ଦିନ ଅର୍ଥାତ ୨୭ ତାରିଖରେ ଥାର୍ଡ ଲାଙ୍ଗୁଏଜ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।
