ନୂଆବର୍ଷ ପରେ ଫେରିବ ଶୀତ

ସୋମବାର ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ ।ଏଥିସହ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଆଦି ଜିଲାରେ ମଧ୍ୟ ହାଲୁକା କୁହୁଡ଼ି ଦେଖାଯାଇପାରେ। ସେହିଭଳି ୩୧ ତାରିଖରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅଧିକ ପଢନ୍ତୁ

Odisha Darpan Digital