ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମିଡିଆ ସେଲ ଟିମ ଗଠନ କଲେ ବିଜେଡି ସୁପ୍ରିମୋ । ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମୁଖ୍ୟ ସଂଯୋଜକ ଭାବେ ଅରୁଣ ସାହୁଙ୍କ ଦାୟିତ୍ୱ । ବରିଷ୍ଠ ସଂଯୋଜକ ହେଲେ ଦେବେଶ ଆଚାର୍ଯ୍ୟ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି । ସେହିପରି ପ୍ରିଣ୍ଟ ମିଡିଆ ମୁଖ୍ୟ ସଂଯୋଜକ ହେଲେ ସଞ୍ଜୟ ଦାସ ବର୍ମା । ବରିଷ୍ଠ ସଂଯୋଜକ ଭାବେ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି । ସେହିପରି ସୋସିଆଲ ମିଡ଼ିଆ ଓ ଆଇଟି ସେଲ ମୁଖ୍ୟ ସଂଯୋଜକ ଭାବେ ପ୍ରତାପ ଜେନାଙ୍କୁ ଦାୟିତ୍ୱ ମିଳିଛି ।
