ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେ ନାହିଁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବେ କୌଣସି ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ବୋଲି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସେହିପରି ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲ ହାନି ହୋଇଛି । ତେଣୁ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ନବବର୍ଷରେ କୌଣସି ପ୍ରକାରର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।

ଅଧିକ ପଢନ୍ତୁ

kc ads