ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼

କମ୍ପିବ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ବିଭିନ୍ନ କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସହର । ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ। ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର।ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପ୍ରବାସୀ ଭାରତୀୟ ଚିଲିକା ମଙ୍ଗଳାଯୋଡ଼ିରେ ପହଞ୍ଚି ଥିବା ଦେଖିବାକୁ ମିଳିଛି।

ପ୍ରବାସୀ ଭାରତୀୟମାନେ ପ୍ରାୟ ୩୦ଟି ଡଙ୍ଗାରେ ମଙ୍ଗଳାଯୋଡ଼ିରେ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି।ସେପଟେ ପୁରୀ ବେଳାଭୂମିରେ ଗୁଡ଼ି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା। ପ୍ରବାସୀ ଭାରତୀୟ ଦିବସ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ସୋମବାର ରାତି ସୁଦ୍ଧା ୨ ଶହ ପ୍ରବାସୀ ମଧ୍ୟ ପହଞ୍ଚିଛନ୍ତି । ବୁଧବାର ସକାଳ ୯ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଅଧିକ ପଢନ୍ତୁ

Odisha Darpan Digital