ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କଲା ପିଶାଚ ସ୍ୱାମୀ ।

ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା। ଏପରି ଏକ ଜଘନ୍ୟ କାଣ୍ଡ ମାଲକାନଗିରିର କାଲିମେଳା ଥାନା ଏମ୍ ଭି ୬୬ ଗାଁରେ ଘଟିଛି।ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା। ମାତ୍ର ସମାଧାନ ହେବା ପରିବର୍ତ୍ତେ ଏହା ଉଗ୍ରରୂପ ଧାରଣ କଲା।

ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ଗତ ରାତିରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ ହାଣି ଦେଇଛନ୍ତି। ମୃତଦେହ ଘରେ ପଡ଼ିଥିବା ବେଳେ ବ୍ୟକ୍ତିଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।ଥାନାରେ ଆତ୍ମ ସର୍ମପଣ କରିବାପରେ ପୁଲିସ ଟିମ ଏମଭି-୬୬ଗାଁକୁ ଯାଇ ଶବକୁ କାଲିମେଳା ମେଡ଼ିକାଲକୁ ଆଣିଥିଲେ । ତେବେ ଏ ସଂପର୍କରେ ଘର ଲୋକଙ୍କୁ କିଛି ଜଣାଇ ନଥିବାରୁ ଆଜି ସକାଳେ ମୃତ ମହିଳାଙ୍କ ପରିବାର ଓ ଗ୍ରାମବାସୀ କାଲିମେଳା ଥାନା ସମୁଖରେ ଆସି ରୁଣ୍ଡ ହୋଇ ତୁରନ୍ତ ଅଭିଯୁକ୍ତ ନିପେନ ବିଶ୍ୱାସକୁ ଫାଶି ଦିଆଯାଉବୋଲି ଦାବି କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital