୨୦ରୁ ଅଧିକ ହାଇୱା ଜବତ କରି ପୋଲିସ ଜିମା ଦେଲେ ଖଣି ମନ୍ତ୍ରୀ

ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା ।

କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଫେରୁଥିଲେ । ନୟାଗଡ଼ ଖଣ୍ଡପଡା ଥାନା ବରକୋଳା ନିକଟରେ ବାଲି ଭର୍ତ୍ତି ହାଇୱା ଦେଖି ଅଟକାଇଥିଲେ । ଗାଡିକୁ ଅଟକାଇ ବାଲି ଚାଲାଣର କାଗଜ ପତ୍ର ମଧ୍ଯ ମାଗିଥିଲେ । ହାଇୱା ଗାଡି କାଗଜ ମାଗିଥିବା ବେଳେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା । ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଗାଡ଼ିଗୁଡିକୁ ଜବତ କରିବା ସହିତ ପୁଲିସ ଓ ଖଣି ବିଭାଗ ଜିମା ଦେଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital