୪ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା । ନାରାୟଣପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୪ ହାର୍ଡକୋର ମାଓବାଦୀ । ସେହି ସମୟରେ ଜଙ୍ଗଲରେ କିଛି ଲୋକ ଯବାନଙ୍କୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଙ୍ଗଲକୁ ଘେରି ସେମାନଙ୍କୁ ଗିରଫ କରିଥିଲେ।
ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ନାରାୟଣପୁର SP ସୂଚନା ଦେଇଛନ୍ତି ।ସେମାନେ ବହୁ ନକ୍ସଲ ହିଂସାରେ ସାମିଲ ଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।