ଫେବୃଆରୀ ୧୩ରେ ହୋଇପାରେ ମୋଦୀ-ଟ୍ରମ୍ପ ଭେଟ୍‌ଘାଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ କଲ୍‌କୁ ନେଇ ଟ୍ରମ୍ପ କହିଥିଲେ ଯେ, ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ, ମୁଁ ମୋଦୀଙ୍କ ସହ ଲମ୍ବା ସମୟ ଆାଲୋଚନ କରିଥିଲି। ସମ୍ଭବତଃ ସେ ଫେବୃଆରୀରେ ହ୍ଵାଇଟ୍ ହାଉସ ଆସିବେ। ଭାରତ ସହିତ ଆମେରିକାର ଘନିଷ୍ଠ ସମ୍ବନ୍ଧ ରହିଛି।

ଅଧିକ ପଢନ୍ତୁ

Odisha Darpan Digital