ଫେବ୍ରୁଆରି ୧୦ରୁ ଓଡ଼ିଶାରେ କୃମିନାଶ ଅଭିଯାନ

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ୟୁନିସେଫ୍ ସହଯୋଗରେ, ଫେବ୍ରୁଆରି ୧୦ ରୁ ଓଡ଼ିଶାର ୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଏବଂ ମହିଳାଙ୍କୁ କୃମିନାଶକ ଡୋଜ୍ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ।ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ। ପୋଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ମୃତିଜିତ ପଟ୍ଟନାୟକ କହିଛନ୍ତି ଯେ, ପ୍ରାୟ ୧.୪୬ କୋଟି ଶିଶୁ ଏବଂ ପ୍ରଜନନ ବୟସର ୧୭.୭୩ ଲକ୍ଷ ମହିଳା ଯେଉଁମାନେ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉ ନାହାନ୍ତି ଏନଡିଡିରୁ ଉପକୃତ ହେବେ।

ସେ କହିଛନ୍ତି ଯେ, ଏହି ପଦକ୍ଷେପ ୨୪ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ କଭର କରାଯିବ ଏବଂ ବାକି ଛଅଟି ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍-ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଲଏଫ-ଏମଡିଏ) ଅନୁଷ୍ଠିତ ହେଉ ନଥିବା ବ୍ଲକଗୁଡ଼ିକରେ ଏହି ଅଭିଯାନ କରାଯିବ।

ଅଧିକ ପଢନ୍ତୁ