ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଆଜି ସକାଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ତେବେ ଏଭଳି ଏକ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
![](https://odishadarpan.in/wp-content/uploads/2025/02/20250206_112321.jpg)