ଆଜି ଓଡିଶା ଆସିବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ବାରବାଟୀ ଦିନିକିଆକୁ ଆଉ ମାତ୍ର ଗୋଟିଏ ଦିନ। ସୁପର ସଣ୍ଡେରେ ହେବ ସୁପର ଲଢ଼େଇ । ଆଜି ଭୁବନେଶ୍ବରରେ ପହଞ୍ଚିବେ ରୋହିତ ଓ ବଟଲର ବାହିନୀ । ଭୁବନେଶ୍ବର ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ଆସିବେ ହୋଟେଲ ମେ ଫେୟାର । ଦୁଇ ଟିମକୁ ଭବ୍ୟ ସ୍ୱାଗତ କରାଯିବ। ମେ ଫାୟାର ଆଗରେ ଲାଗିଛି ବଡ଼ ସ୍ବାଗତ ହୋର୍ଡିଂ । ହୋଟେଲ ବାହାରେ ସଜା ହୋଇଛି ଫୁଲ କୁଣ୍ଡ ।

ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ବାଗତ କରାଯିବ। ରହିବା ପାଇଁ ମେ ଫେୟାରରେ ୯୬ଟି ରୁମ୍ ବୁକ୍ ହୋଇଛି ।ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।

ଅଧିକ ପଢନ୍ତୁ