ବ୍ଲକ ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ


ନୂଆଗାଁ: ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ଛାତ୍ର ଛାତ୍ରୀଙ୍କ ପାଇଁ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ କୁ ଦୃଢିଭୂତ କରିବା ଦିଗରେ ଟିଏଲଏମ ଗୁଡିକ କେତେ କାର୍ଯ୍ୟ କାରୀ ହୋଇପାରୁଛି ସେ ବିଷୟରେ ଉପସ୍ଥିତ ଥିବା ୧୩ ଟି କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୁଝାଉଥିଲେ । ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ନିପୁଣ ମେଳା ଅନୁଷ୍ଠିତ ହେବାର ଉଦ୍ଦେଶ୍ୟ କହିଥିଲେ। ସମ୍ମାନିତ ଅତିଥିଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ,କବିତା ଦାଶ,ଅବସର ପ୍ରାପ୍ତ ଶିକ୍ଷକ ରବି ନାରାୟଣ ଖଣ୍ଡୁଆଳଙ୍କ ସମେତ ୧୩ ଟି କ୍ଲଷ୍ଟରର ସି ଆର୍ ସି ସି ଉପସ୍ଥିତ ଥିଲେ ।

ଉଦଯାପନୀ ସଭାରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ,ନୂଆଗାଁ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ଶାସମଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ମୌଳିକ ସାକ୍ଷରତା ଉପରେ ପ୍ରଦର୍ଶିତ ଦୁଇଟି ବିଦ୍ୟାଳୟର ଟି ଏଲ ଏମ ଏବଂ ମୌଳିକ ସଂଖ୍ୟାଜ୍ଞାନ ଉପରେ ପ୍ରଦର୍ଶିତ ଦୁଇଟି ବିଦ୍ୟାଳୟ ର ଟି ଏଲ ଏମ ମନୋନୀତ ହୋଇଥିବା ଜଣା ପଡ଼ିଛି।

ଅଧିକ ପଢନ୍ତୁ