ଆସନ୍ତା ମେ’ ୪ରେ ହେବ NEET ୟୁଜି ପରୀକ୍ଷା ।

ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ ।ପୂର୍ବ ପରିକ୍ଷାର ଭଳି ନିଟ୍ ୟୁଜି ୨୦୨୫ ପରୀକ୍ଷା କାଗଜ କଲମରେ ଫର୍ମାଟ୍‌ରେ କରାଯିବ ବୋଲି ଏନ୍‌ଟିଏ ଘୋଷଣା କରିଛି। ଫଳରେ ଅନ୍‌ଲାଇନ୍ କିମ୍ବା ଏକାଧିକ ସିଫ୍ଟ ମାଧ୍ୟମରେ ପରୀକ୍ଷା ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୨୫ ଜୁନ୍ ୧୪ ସୁଦ୍ଧା ନିଟ୍ ୟୁଜି ୨୦୨୫ର ଫଳାଫଳ ପ୍ରକାଶ ପାଇବ ।

ଅଧିକ ପଢନ୍ତୁ

Odisha Darpan Digital