ଭଡ଼ାରେ ଯାଉଥିଲା ବାରବାଟୀ ଜେନେରେଟର

ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର।ବାରବାଟୀ ବିଭ୍ରାଟ ପାଇଁ ଏବେ ସେଠାରେ ଠିଆ ହୋଇଥିବା ବସ୍ କର୍ମଚାରୀଙ୍କୁ ଦାୟୀ କରାଯାଉଥିବା ବେଳେ ବସ୍ କର୍ମଚାରୀ ଏହାକୁ ଖଣ୍ଡନ କରିଛନ୍ତି। ବସ କର୍ମଚାରୀ ଖେଳ ଦେଖିବାକୁ ଯାଇନଥିଲେ, ୱେଟିଂ ରୁମରେ ବସିଥିଲେ, ଘଟଣା ଘଟିବା ପରେ ଖବର ପାଇ ଦୁଇ ମିନିଟରେ ପହଞ୍ଚିଥିଲୁ। ଗାଡି ସାଇଡ୍ କରିଥିଲୁ। ଖେଳାଳି ବସରୁ ବାହାରି ଯିବା ପରେ କର୍ମଚାରୀ ବସ ଭିତରେ ରହିବାର ନିୟମ ନାହିଁ।

କାରଣ ବସ ଭିତରେ ସେମାନଙ୍କ ଅନେକ ସାମଗ୍ରୀ ରହି ଥାଏ। ସବୁଠାରୁ ବଡ କଥା ବସ୍ ଡ୍ରାଇଭରକୁ ଦୋଷ ଦେଇ ଖସିଯିବା ଠିକ ନୁହେଁ ବୋଲି ସେ କହିଛନ୍ତି। ଫ୍ଲଡଲାଇଟ୍ ପାଇଁ ବ୍ୟବହାର ହେଉଥିବା ଡିଜି ଅନେକ ସମୟରେ ଭଡାରେ ଯାଉଥିବା କଥା କହିଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ବ୍ରଜ ନନ୍ଦ। କହିଲେ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିଲା ଡିଜି ସେଟ୍ ।

ଅଧିକ ପଢନ୍ତୁ

Odisha Darpan Digital