ଫେବୃଆରୀରୁ ବଢିଲାଣି ଖରା । ୩୭ ଡିଗ୍ରୀ ଛୁଇଁଲା ତାତି ।

ଫେବୃଆରୀରୁ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ ।

ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।ସେହିଭଳି ଫେବ୍ରୁଆରୀ ପ୍ରଥମ ସପ୍ତାହ ପରେ ଦ୍ୱିତୀୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍‌ କରିଛି। ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍‌ ବା ୧୩.୧ ଡିଗ୍ରୀ ରେକର୍ଡ ହୋଇଥିଲା । ପୂର୍ବରୁ ଯଦି ଦେଖିବା ରାଜ୍ୟରେ ଫେବୃଆରୀ ମାସ ଶେଷ ଯାଏଁ ଶୀତ ଅନୁଭବ ହେଉଥିଲା । ହେଲେ ଚଳିତ ବର୍ଷ ଶୀତ ବହୁତ ଶୀଘ୍ର ଉଭାନ ହୋଇଯାଇଛି । ଜାନୁଆରୀ ମାସରୁ ହିଁ ବୃଦ୍ଧି ପାଇଛି ତାପମାତ୍ରା ।

ଅଧିକ ପଢନ୍ତୁ