ମଦ ପିଇବାରେ ଏହି ରାଜ୍ୟର ମହିଳା ସବୁଠୁ ଆଗରେ

ଦେଶରେ ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏକ ସର୍ଭେ କରାଯାଇଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି।

ସର୍ଭେ ମୁତାବକ ଭାରତର ଉତ୍ତର-ପୂର୍ବ ରାଜ୍ୟ ତାଲିକାରେ ମଦ ପିଉଥିବା ଲୋକ ସଂଖ୍ୟା ଅଧିକ ରହିଛି। ସର୍ବେକ୍ଷଣ ଅନୁଯାୟୀ, ଉତ୍ତର ପୂର୍ବର ମହିଳାମାନେ ଅଧିକ ମଦ ପିଉଛନ୍ତି।ଦେଶର ଆସାମ ରାଜ୍ୟର ମହିଳାମାନେ ସବୁଠୁ ଅଧିକ ମଦ ପିଉଛନ୍ତି। ଆସାମ ରାଜ୍ୟରେ ୧୫-୧୯ ବର୍ଷ ମଧ୍ୟରେ ମଦ ପିଉଥିବା ମହିଳାଙ୍କ ସଂଖ୍ୟା ୧.୨ ପ୍ରତିଶତ ରହିଛି। ସେହିପରି ଆସାମରେ ଏହି ସଂଖ୍ୟା ବଢିଯାଇଛି। ସର୍ଭେ ଅନୁଯାୟୀ, ଏଠାରେ ୧୬.୫ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ଏହା ବ୍ୟତୀତ ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୮.୭ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି।ମହିଳାଙ୍କ ଦ୍ୱାରା ମଦ୍ୟପାନ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶ ତୃତୀୟ ସ୍ଥାନରେ ଅଛି। ଏଠାରେ ୩.୩ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ସିକିମ ଏବଂ ଛତିଶଗଡ଼ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି, ଯେଉଁଠାରେ ୦.୩ ଏବଂ ୦.୨ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି।ଏହି ସର୍ଭେରେ ଅରୁଣାଚଳ ପ୍ରଦେଶରେ ପୁରୁଷ ସବୁଠୁ ଅଧିକ ମଦ ସେବନ କରୁଛନ୍ତି।

ଅଧିକ ପଢନ୍ତୁ