ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ । ରାତିରେ ଡାକ୍ତର ରହୁନଥିବା ଜାଣିବା ପରେ ଅଚାନକ ଗସ୍ତ କରିଥିଲେ। ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନ ଥିବା ଜାଣି ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସମ୍ପୃକ୍ତ ଡାକ୍ତରଙ୍କୁ ସୋ’ କଜ ନୋଟିସ ଜାରି କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ପରେ ସଂପୂର୍ଣ୍ଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି ।
ଗତ କିଛି ଦିନ ହେବ ମା ଓ ଶିଶୁ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ MCH ରେ ଡାକ୍ତର ରାତିରେ ରହୁନଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ୩ ତାରିଖରେ ଚାଷୀ ବେଶରେ ମଣ୍ଡି ବୁଲି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।