ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଯିବ । ଯେଉଁଠାରେ ମଣ୍ଡି ବ୍ୟବସ୍ଥା ନାହିଁ ସେଠାରେ ମଣ୍ଡି ସୁବିଧା କରାଯିବ ।
ଚାଷୀଙ୍କ ପ୍ରଡକ୍ଟ ନଷ୍ଟ ହେବ ନାହିଁ । ଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ। ତେବେ କଟ୍ନୀ ଛଟ୍ନୀ ବନ୍ଦ କରିବାରେ ସଫଳ ହୋଇଛୁ ବୋଲି ମନ୍ତ୍ରୀ କହିଛନ୍ତି ।