ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି । ଏହାକୁ ୩ କୋଟିରୁ ୫ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି। ଏଥିପାଇଁ ୭୩୫ କୋଟି ବ୍ୟୟ ବରାଦ ହୋଇଛି । ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଅତିରିକ୍ତ ୧୪୨ କୋଟିର ଅନୁଦାନ । ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି
ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାରର ଏହା ଦ୍ବିତୀୟ ବଜେଟ୍ । ଆମ ସରକାର ରାଜ୍ୟର ଐତିହ୍ୟ ପ୍ରତି ସଜାଗ । ଓଡ଼ିଆ ଲୋକ ବିଶ୍ବାସୀ ସରକାର ଚାହିଁଥିଲେ । ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି ।
