ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ କରାଯାଇଛି ।
ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି : ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୬ ସୁଦ୍ଧା ରାଜ୍ୟର ସବୁସ୍ଥାନକୁ ପାଇପ୍ ଜଳ । ୧୧୫ଟି ସହରରେ ଜଳ ସଂଯୋଗ ମାଧ୍ୟମରେ ରାଜ୍ୟ ସରକାର ପାଣି ଯୋଗାଇବେ।
କୃଷି-ଏଥର ବଜେଟରେ କୃଷି ପାଇଁ ୧୪ ହଜାର ୮୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସିଏମ କିଷାନ ଯୋଜନା ପାଇଁ ୨ ହଜାର ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀଅନ୍ନ ଅଭିଯାନ ଅର୍ନ୍ତଗତ ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ ହେବ- ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ କରିବେ । ଏହି ଯୋଜନା ମାଧ୍ୟମରେ ସରକାର ସହରାଞ୍ଚଳର ଅଳିଆ ଆବର୍ଜନା ସଫା କରିବେ। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
କ୍ର୍ରୀଡା –କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ରୃଷ୍ଟ କ୍ରୀଡାବିତଙ୍କୁ ସହାୟତା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ରୀଡା ପ୍ର୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍ -ରାଜ୍ୟ ସରକାର ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦୦୦୦ ଚାଳକଙ୍କୁ ତାଲିମ ଦେବେ। ମୁଖ୍ୟମନ୍ତ୍ରୀ ବସ୍ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍ ।
ମହିଳା ଓ ଶିଶୁ-ସୁଭଦ୍ରା ଯୋଜନା ପାେଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ପାଇଁ ୪୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଘୋଷଣା କରାଯାଇଛି ।
ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି -ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆଯିବ ।
ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ ହେବ – ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ କରିବେ । ଏହି ଯୋଜନା ମାଧ୍ୟମରେ ସରକାର ସହରାଞ୍ଚଳର ଅଳିଆ ଆବର୍ଜନା ସଫା କରିବେ। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ପର୍ଯ୍ୟଟନ- ପର୍ଯ୍ୟଟନ ପାଇଁ ଆବଣ୍ଟନ କରାଯାଇଛି ୮୨୦ କୋଟି ଟଙ୍କା । ପର୍ଯ୍ୟଟକଙ୍କ ପାଇଁ ବାସସ୍ଥାନ ନିର୍ମାଣ ପାଇଁ ୩୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଓ ପ୍ରଚାର ପାଇଁ ୩୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ପଶୁପାଳନ ପାଇଁ ୧୯୦୯ କୋଟି – ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି । ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି ।
୧୨,୮୮,୦୦୦ ନିଯୁକ୍ତି ସୁଯୋଗ -ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ଅନେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଛି। ଏହା ଦ୍ବାରା ରାଜ୍ୟରେ ୧୨,୮୮,୦୦୦ ନିଯୁକ୍ତି ସୃଷ୍ଟି ହେବ । ଇଣ୍ଡଷ୍ଟ୍ରିଆଲ ପାର୍କ, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାର ଏକ ଶିଳ୍ପ କରିଡ଼ର ନିର୍ମାଣ କରିବେ। ଏହା ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ।