KIIT student death case: ୫ଜଣଙ୍କୁ ବାନ୍ଧିଲା ପୋଲିସ

‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ, ସବୁଠି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।ତେବେ ଘଟଣାରେ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି। ୩ ନିର୍ଦ୍ଦେଶକ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ। ସୁରକ୍ଷାକର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା।

୫ ଜଣଙ୍କୁ ଗିରଫ କରି ଇନ୍ଫୋସିଟି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।ରାଜ୍ୟ ସରକାର ନିଜ ଆଡ଼ୁ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।ଏସବୁ ସତ୍ତ୍ବେବି କିଟ୍‌ ୟୁନିଭର୍ସିଟିରେ ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଛି। ସନ୍ଧ୍ୟାରେ ‘କିଟ୍‌’ କ୍ୟାମ୍ପସରୁ ଇନଫୋସିଟି ଥାନା ଯାଏ ରାଲି କରିଛନ୍ତି ଛାତ୍ରଛାତ୍ରୀ । ଖାଲି କ୍ୟାଣ୍ଡେଲ ରାଲି ନୁହେଁ ଏସିପି ଅଫିସ୍‌ ଆଗରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ, ଉଚିତ୍‌ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଧାରଣା ଦେଇଛନ୍ତି।

ଅଧିକ ପଢନ୍ତୁ