ହଜିଯିବ କି ମିଶନ ଶକ୍ତି ନାଁ?

ସ୍ବୟଂ-ସହାୟିକା ଗୋଷ୍ଠୀଙ୍କୁ ନେଇ ସୁଭଦ୍ରା ଶକ୍ତି ମେଳା ହେବ। ଏସଏଚଜିର ମହିଳା ଯୋଗ ଦେବେ। ହେଲେ, ଏହି ମେଳାରେ ମିଶନ ଶକ୍ତି ନାଁ ବ୍ୟବହାର ହେବ ନାହିଁ। ଏନେଇ ଉପମୁଖ୍ୟମନ୍ତ୍ରୀ ଦେଇଥିବା ନୂଆ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଚର୍ଚ୍ଚା ହେଉଛି, ଆଗକୁ ହୁଏତ ବନ୍ଦ ହୋଇଯିବ ମିଶନ ଶକ୍ତି, ଆଉ ନୂଆ ନାଁରେ ଆସିବ। ଅନ୍ୟପଟେ ମହିଳାଙ୍କୁ ସଶକ୍ତ ବନାଇବାକୁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ‘ସୁଭଦ୍ରା ଶକ୍ତି ମେଳା ୨୦୨୫’। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳା ନୂଆ ସରକାରଙ୍କ ଦ୍ଵାରା ଆୟୋଜନ ହେବାକୁ ଯାଉଛି ।

ମହିଳାଙ୍କୁ ଦୀର୍ଘମିଆଦୀ ବ୍ୟବସ୍ଥାରେ ସ୍ୱାବଲମ୍ବୀ କରିବା ଓ ତାଙ୍କ ଏକ ସ୍ୱତନ୍ତ୍ର ବଜାର ଯୋଗାଇ ଦେଇ ରୋଜଗାରକ୍ଷମା କରିବାକୁ ଏହି ମେଳାର ଆୟୋଜନ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ନୂଆ ସରକାରରେ ନୂଆ ରୂପରେ ସୁଭଦ୍ରା ଶକ୍ତି ମେଳାର ଆର୍ବିଭାବକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ। ରାଜନୀତିର ଗନ୍ଧ ବାରିବା ସହ ବିରୋଧୀ ବିଜେଡି କହିଛି, ମିଶନ ଶକ୍ତିକୁ କାଉଣ୍ଟର କରିବାକୁ ଯେଉଁ ଯୋଜନା ହୋଇଛି ତାହା ସଫଳ ହେବନି। ଅନ୍ୟପଟେ କଂଗ୍ରେସ କଟାକ୍ଷର ତୀର ମାରି କହିଛି, ନୂଆ ସରକାର ପୂର୍ବରୁ ରଙ୍ଗ ପରିବର୍ତ୍ତନ କରୁଥିଲେ ଏବେ ନାଁ ପରିବର୍ତ୍ତନ କରିବାକୁ ବସିଲେଣି।

ଅଧିକ ପଢନ୍ତୁ