ଛେଳି ଚୋରି କରିବାକୁ ଆସି କୂଅରେ ପଡିଲା ଚୋର।

ଚୋରି କରିବାକୁ ଆସି କୂଅରେ ପଡିଲା ଚୋର। ରାତି ସାରା କୂଅ ଭିତରେ ଥିବା ଚୋରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲେ । ପୋଲିସ ଚୋରକୁ କୂଅରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ । ପୋଲିସ ନିକଟରେ ଛେଳି ଚୋରି କରିବାକୁ ଆସିଥିବା ସ୍ଵୀକାର କରିଛି ଅଭିଯୁକ୍ତ। ତେବେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ମାନବିକତା ଦେଖାଇଛନ୍ତି ଗ୍ରାମବାସୀ । ତାକୁ କୂଅରୁ ବାହାର କରିବା ସହ ନିଆଁ ଶେକ ଦେଇଥିଲେ। ରାତିସାରା ପାଣିରେ ରହିଥିବାରୁ ଅଭିଯୁକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ।

ଅଧିକ ପଢନ୍ତୁ