ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।ଆସନ୍ତା ୧୮ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ ପ୍ରସ୍ତାବ ଉପସ୍ଥାପନ ହେବ ।୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମ ଅର୍ଥାତ୍ ଯୋଜନା ବ୍ୟୟ ବରାଦ ଭାଗ ୫୮ ପ୍ରତିଶତ ( ୧ ଲକ୍ଷ ୮୦ ହଜାର କୋଟି) ଥିଲା । ବଜେଟରେ ୧୨% ଅଭିବୃଦ୍ଧି ଲକ୍ଷ୍ୟ ରଖିଥିଲେ ମୋହନ ସରକାର । କୃଷି, ଭିତ୍ତିଭୂମି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସର୍ବାଧିକ ଫୋକସ୍ ଦିଆଯାଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନ ଆଗକୁ ଥିବାରୁ ଚିଠା ଅତିରିକ୍ତ ବଜେଟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ସେପ୍ଟେମ୍ବର ୩୦ ଯାଏଁ ବଢିଛି ଘରୋଇ ଡିଲରଙ୍କ କାର୍ଯ୍ୟକାଳ। ବଲାଙ୍ଗିର ଜିଲ୍ଲାରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି ।ନୂଆପଡ଼ା ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ୨୮୯.୬୮ କୋଟି ଟଙ୍କା ବ୍ୟୟରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି ।ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାଜ୍ୟ ସରକାର ନୂତନ ଧାନ ସଂଗ୍ରହ ନୀତି ପ୍ରଣୟନ କରିଛନ୍ତି ।
