ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୬ ଶିକ୍ଷକ ନିଲମ୍ୱିତ

ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ । କାର୍ଯ୍ୟରୁ ନିଲମ୍ୱିତ ହେଲେ ୬ ଶିକ୍ଷକ । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ । ଏହି ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ । ହଳଦୀ ଉଚ୍ଚ ବିଦ୍ୟାଳୟର ଅଧିକ୍ଷକଙ୍କ ସହ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ