୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ

ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ।ଗିରଫ ତିନି ଜଣ ଅଭିଯକ୍ତ ମାନେ ହେଲେ ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାର ଚନ୍ଦ୍ରକେଶ ଯାଦବ, ମୂଲଚାନ୍ଦ ଯାଦବ ଓ ସକିଲ ଅହମ୍ମଦ । ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଟିମ୍‌ ଏହି ଗଞ୍ଜେଇ ଜବତ କରିଛନ୍ତି । ଘଟଣାରେ ଏକ ଇନୋଭା ଗାଡ଼ି ମଧ୍ୟ ଜବତ ହୋଇଛି ।

ଏକ ଇନୋଭା ଗାଡ଼ିରେ ଫୁଲବାଣୀ-ବୌଦ୍ଧ ମାତାକୁପା ଜଙ୍ଗଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ, କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରେ ଅବକାରୀ ଟିମ୍‌ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

ଅଧିକ ପଢନ୍ତୁ