ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲର ୧୯୬୮ ବ୍ୟାଚ ବନ୍ଧୁ ମିଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲ ର ୧୯୬୮ ବ୍ୟାଚ ସହପାଠୀ ମାନଙ୍କ ର ଏକ ବନ୍ଧୁମିଳନ ବୁଢାବୁଢିଆଣୀ ଜଳଭଣ୍ଡାର ଠାରେ ଗତ ୨ ତାରିଖ ମଧ୍ୟାହ୍ନରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ଅନୁଷ୍ଠିତ ହୋଇଛି। ବିଦାୟୀ ବନ୍ଧୁ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସହପାଠୀ ମାନଙ୍କ ମଧ୍ୟରେ  ଆଲୋଚନା, ଛାତ୍ର ଜୀବନ ଅନୁଭୁତି, ସମ୍ପର୍କେ ଏବଂ ଅନେକ ସ୍ମରଣୀୟ କଥାକୁ ନିଜ ଭିତରେ ବାଣ୍ଟି ଥିଲେ,ମଉଜ ମଜଲିସ ମଧ୍ୟରେ ସାଙ୍ଗ ମନେ ସେମାନଙ୍କର ଧର୍ମପତ୍ନୀ ମାନଙ୍କ ସହ ଦୀର୍ଘ, ୫ ଘଣ୍ଟା ପର୍ଯ୍ୟନ୍ତ ଆନନ୍ଦର ସହ ବିତାଇଥିଲେ,, ଡ଼କ୍ଟର ଅଶ୍ୱିନୀ କୁମାର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବକୁ ଅନ୍ୟତମ ସହପାଠୀ ସମାଜ ସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁସ୍ୱାଦ୍ୟ ଖାଦ୍ୟ ପରିବେଷଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଡ଼କ୍ଟର ବିଧୁକଲ୍ୟାଣ ମହାନ୍ତି, ପ୍ରଫେସର ସୁଧାଂଶୁ ଶେଖର ମିଶ୍ର, ଡ଼କ୍ଟର ପ୍ରମୋଦ ମିଶ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ତ୍ରିନାଥ କୁମାର ସାହୁ, ପ୍ରଫେସର ମୋହିନୀ କାନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ବିପିନ କୁମାର ଧଳ, ବିଭୁଦତ୍ତ ମିଶ୍ର, ପ୍ରହଲ୍ଲାଦ ଡାକୁଆ, ପ୍ରଫେସର ହେମନ୍ତ କୁମାର ପରିଡା, ଶରତ ଚନ୍ଦ୍ର ଦଳବେହେରା, ପ୍ରମୁଖଙ୍କ ଉପସ୍ଥିତ ଏବଂ ସହଯୋଗ ଅନନ୍ୟ ଥିଲା। ବରିଷ୍ଠ ସଦସ୍ୟ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ