ଜୀନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଥିବା ନେଇ କହିଲେ ପିସିସିଏଫ୍ ପ୍ରେମ କୁମାର ଝା । ତେବେ ଏନ୍କ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜୀନତକୁ ଜଙ୍ଗଲରେ ଛଡ଼ାଯିବ । ଏବେ ଜୀନତ ପୂରା ସୁସ୍ଥ ଅଛି ଏବଂ ଶିକାର କରିପାରୁଛି ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା।
ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନ୍ନତ’। ୧୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା। ମାତ୍ର କେଇଟା ଦିନ ପରେ ଝାଡଖଣ୍ଡ ପଳାଇଥିଲା ଜିନତ୍ । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ବାଂକୁଡ଼ା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଥରେ ଓଡିଶା ଫେରାଇ ଆଣିଥିଲା ବନ ବିଭାଗ ।