ପ୍ରେସ ଆଣ୍ଡ ମିଡିଆ ୱେଲଫର ଆସୋସିଆସନର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ l

ଜାତୀୟ ପ୍ରେସ ଦିବସ ଅବସରରେ ପ୍ରେସ ଆଣ୍ଡ ମିଡିଆ ୱେଲଫର ଆସୋସିଆସନ ଓଡିଶା ରାୟଗଡ ଜିଲ୍ଲା ତରଫରୁ ଜେମାଦେଇପେଣ୍ଠ ଠାରେ ଥିବା ସେବା ସମାଜ ଆଶ୍ରମରେ ପାଳନ ହୋଇଯାଇଅଛି l ଏହି ଅବସରରେ ସେବା ସମାଜରେ ବିଦ୍ୟାର୍ଥୀ ନିକଟରେ ଆସୋସିଏସନ ପହଂଚି ଆଗାମୀ ଭବିଷ୍ୟତରେ ଆଶ୍ରମର ବିଦ୍ୟାର୍ଥିମାନେ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ପ୍ରଦାନ କରାଯାଇଥିଲା l

ସେହିଭଳି ସମସ୍ତ ବିଦ୍ୟାର୍ଥୀଙ୍କୁ ଆସୋସିଏସନ ତରଫରୁ ସାମ୍ବାଦିକଙ୍କ ଅସ୍ତ୍ର କୁହାଯାଉଥିବା କଲମ ଦେଇ ସମାଜର ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ନିର୍ଯ୍ୟାତନା ନିଷ୍ପେସିତର ଶିକାର ହେଉଥିବା ସାଧାରଣ ଜନତାଙ୍କ ସ୍ୱର ସାଜି ସୁଦୃଢ଼ ରାଷ୍ଟ୍ର ଗଠନ କରିବାରେ ଆଗଭର ହେବା ପାଇଁ ପ୍ରୋତ୍ସାହିତ କରିଥିଲେ l ଏଥିରେ ଆଷୋସିଏସନ ପକ୍ଷରୁ ଅମୂଲ୍ୟରତ୍ନ ସାହୁ, ସୁରେଶ ଚନ୍ଦ୍ର ଦାଶ, ମାଉଡି ବାରିକ, ସିଵାନରାୟଣ ଗୌଡ଼, ଇପିଲି ସର୍ବେଶ୍ୱର ରାଓ, ସୁଶାନ୍ତ କୁମାର ପ୍ରଧାନ, ଶିବ ପ୍ରସାଦ ଦୋରା, ସି ଏଚ ଶ୍ରୀନୁ, ଗୋପୀନାଥ ଗୌଡ଼, ବିଜୟ ମହାରଣା, ତୁଷାର ରଞ୍ଜନ ସାହୁ, ଶ୍ରୀନିବାସ ବଳିୟାରସିଂ, ଧରଣୀଧର ପଟନାୟକ, କେ ନିତିନ ଚୌଧରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଅପରପକ୍ଷରେ ଆବଶ୍ୟକ ସ୍ଥଳେ ଆସୋସିଏସନ ତରଫରୁ ଆଶ୍ରମ ଅନ୍ତେବାସୀଙ୍କ ପାଇଁ ସାହାଯ୍ୟ ସହଯୋଗ କରାଯିବ ବୋଲି ସଭ୍ୟମାନେ ଆଶ୍ୱାସନା ଦେଇଥିଲେ l କାର୍ଯ୍ୟକ୍ରମରେ ସେବା ସମାଜର ସହାୟିକା ଦିପ୍ତିମୟୀ ପ୍ରଧାନ, ସବିତା ଶବର, ସୁମିତ୍ରା ଦାସ, ସ୍ନେହଲତା ଗନ୍ତାୟତ, ପୂର୍ଣ୍ଣମାସୀ, ସୁଶାନ୍ତି ଶବର, ମିନି ଶବର, ଉଷା ପୀଡ଼ିକା, ମାଧବୀ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ l

ଅଧିକ ପଢନ୍ତୁ