ସିଂହଛୁଆ ସଙ୍ଗେ ଖେଳିଲେ , କ୍ଷୀର ପିଆଇଲେ ମୋଦୀ

ପ୍ରଧାନମନ୍ତ୍ରୀଙ୍କ ପଶୁପ୍ରେମର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳେ । ମୋଦୀ କେତେବେଳେ ବାସଭବନରେ ବାଛୁରୀଙ୍କ ସହ ଖେଳୁଥିବାର ନଜର ଆସନ୍ତି ତ ଆଉ କେତେବେଳେ ସଫାରୀ ବୁଲି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ଅବସ୍ଥିତ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ପରିଦର୍ଶନ କରିଥିଲେ ।ବନତାରାରେ ପ୍ରଧାନମନ୍ତ୍ରୀ ମୋଦି ଏସିଆ ସିଂହ, ଧଳା ସିଂହ, ଚିତାବାଘ ଏବଂ ଅନ୍ୟ ପ୍ରଜାତିର ଜନ୍ତୁ ପିଲାଙ୍କ ସହିତ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ମୋଦି ସିଂହ ଛୁଆଙ୍କୁ ଖାଦ୍ୟ ମଧ୍ୟ ଖୁଆଇଛନ୍ତି । ବନତାରା ହୋଇଥିବା ସିଂହ ଛୁଆକୁ ଖାଇବାକୁ ଦେଉଛନ୍ତି ମୋଦି । ସିଂହର ମା’କୁ ଉଦ୍ଧାର କରାଯାଇ ବନତାରାକୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏଠାରେ ପଶୁମାନଙ୍କ ପାଇଁ MRI, CT ସ୍କାନ, ICU ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧା ମଧ୍ୟ ରହିଛି । ବନତାରାରେ ପଶୁମାନଙ୍କ ପାଇଁ ବନ୍ୟଜୀବ ଆନାସ୍ଥେସିଆ, କାର୍ଡିଓଲୋଜି, ନେଫ୍ରୋଲୋଜି, ଏଣ୍ଡୋସ୍କୋପି, ଦନ୍ତ ଚିକିତ୍ସା, ଆଭ୍ୟନ୍ତରୀଣ ଚିକିତ୍ସା ସମେତ ଅନେକ ବିଭାଗ ରହିଛି ।

ଅଧିକ ପଢନ୍ତୁ