ପାଞ୍ଚ ପାଞ୍ଚଟା ଛୁଆଙ୍କୁ ଛାଡି ପରପୁରୁଷ ସହିତ ଫେରାର୍ ମାଆ ।

ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପନ୍ଦାଡ଼ୋ ପଞ୍ଚାୟତର ପୋଡାସିଙ୍ଗିଡି ଗାଁରେ ।ମାଆ ଭୁଲିଗଲା ମମତା । ତା ପାଇଁ ଅଲୋଡ଼ା ହୋଇଗଲେ ତାର ୫ଟା ଛୁଆ । ପର ପୁରୁଷ ପାଇଁ ଛାଡିଚାଲିଗଲା ତା ସୁନାର ସଂସାର । ନିଜର ୫ ଛୁଆ ଏବଂ ସ୍ୱାମୀକୁ ଛାଡି, ସବୁଠାରୁ ସାନ କଅଁଳ ଛୁଆଟିକୁ ଧରି ପର ପୁରୁଷ ସହ ଘର ଛାଡି ଫେରାର୍ ମାରିଲା । ଆଉ ଯିବାର ଦୁଇ ମାସ ଭିତରେ ସବୁଦିନ ପାଇଁ ଆଖି ବୁଜିଦେଲେ ବାପା ।ପେଟକୁ ଗଣ୍ଡିଏ ଦାନା ଦେବା ଏମାନଙ୍କ ପାଇଁ ଏବେ କାଠିକର ବିଷୟ । ଏବେ ଏହି ୫ଜଣ ଶିଶୁ ନିଜ ଦାଦାଙ୍କ ଘରେ ଆଶ୍ରୟ ନେଇଛନ୍ତି ।

ଏପଟେ ବୁଢୀ ଜେଜେମା ଜଙ୍ଗଲରୁ ଦାନ୍ତକାଠି ଆଣି ବିକ୍ରି କରି ସେହି ଟଙ୍କାରେ ବହୁତ କଷ୍ଟରେ ପରିବାର ଚଳାଉଛନ୍ତି । ଏହି ପିଲା ଏବେ ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି ।ଅନ୍ୟପକ୍ଷରେ ୫ଜଣ ଛୋଟ ଛୋଟ ଶିଶୁ ରାସନ କାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି । ପ୍ରଥମ ଦୁଇ ଶିଶୁ ଅଧାରୁ ପାଠ ଛାଡିଥିବାବେଳେ, ଛୋଟ ଛୋଟ ୩ ଶିଶୁ ସ୍କୁଲ କିି ଅଙ୍ଗନବାଡି ମାଟି ମାଡିନାହାନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି । ତେବେ ସେମାନଙ୍କୁ ମାସିକ ୨୫ କେଜି ଚାଉଳ ଦିଆଯାଉଥିବାବେଳେ, ଆବାସ ଯୋଜନାରେ ଶୀଘ୍ର ସାମିଲ୍ କରାଇ, ସେମାନଙ୍କୁ ବାଳାଶ୍ରମରେ ରଖି ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପନ୍ଦାଡୋ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ