ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବାରୁ ଧାରଣା ଦେଲେ ଛାତ୍ରଛାତ୍ରୀ

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି ଶିଝିବା ଏକ ଲଜ୍ଜାଜନକ ଘଟଣା ପାଲଟିଛି। ଆବଶ୍ୟକ ପରିମାଣରେ ଶ୍ରେଣୀ ଶିକ୍ଷକ ନାହାନ୍ତି । ଯାହା ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହେଉଛି । ସୂଚନାନୁସାରେ ଏହି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅବସର ନେବେ ତେଣୁ ସେ ନିଜ ଦାୟିତ୍ୱ ସ୍କୁଲର କିଛି ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଦେଇଥିବା ଜଣାପଡିଥିଲା ।
ଏପଟେ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ପଚାରିଵାରୁ ସେ କହିଥିଲେ ଆମେ କିଛି ଦିନ ପାଇଁ ଦାୟିତ୍ୱରେ ଥିଲୁ । ପ୍ରଧାନ ଶିକ୍ଷୟତ୍ରୀଙ୍କ ନିର୍ଦେଶ ଅନୁସାରେ ଆମେ କାମ କରୁଥିଲୁ । କିନ୍ତୁ ଆଜି ରୋଷେଇ ଦାୟିତ୍ଵ ଆମର ନଥିଲା । ଏଭଳି ପରସ୍ପର ମଧ୍ୟରେ ଦୋଷା ରୋପ କରୁଛନ୍ତି ସ୍କୁଲ ଶିକ୍ଷକ ।

ଅଧିକ ପଢନ୍ତୁ