ମୁଖ୍ୟମନ୍ତ୍ର; ଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ 

ଥାନାରେ ଚାଲିବନି ପୋଲିସବାବୁଙ୍କ ମନାମାନୀ। ଥାନା ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ ହେବ। କେହି ଜିରୋ ଏଫ୍‌ଆଇଆର୍‌ ଦେଲେ ତାକୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଅସହାୟ ଲୋକଟିଏ ନିଜ ଥାନା ଅଧିନରୁ ଅନ୍ୟ ଏକ ଥାନାକୁ ଯିବା ବେଳେ, ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଥାନାର ପରିଧି ଭିତରେ ଘଟଣାଟି ନ ଆସୁଥିଲେ ମଧ୍ୟ ଏଫଆଇଆର୍ କରିବାର ନିୟମ ରହିଛି। ଏହି ଜିରୋ ଏଫଆଇଆରର ନିୟମ ଥାଇ ମଧ୍ୟ କରିତକର୍ମା ଅଫିସରମାନେ କିଭଳି ଅଭିଯୋଗ ଗ୍ରହଣ କରନ୍ତି ନାହିଁ, ସେ ବାବଦରେ ରୋକଠୋକ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ସମସ୍ତ ପୋଲିସ ଷ୍ଟେସନକୁ ସ୍କୋର୍ପିଓ ଗାଡି ମିଳିବ। ସେହିପରି ପ୍ରତ୍ୟେକ ପୋଲିସ ଷ୍ଟେସନକୁ ମୋଟରସାଇକେଲ ଯୋଗାଇ ଦିଆଯିବ। ଏହା ବ୍ୟତୀତ, ୨୫ ହଜାର ତଦନ୍ତକାରୀ ଅଧିକାରୀଙ୍କୁ ଲାପଟପ୍ ଏବଂ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ, ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି। ତେବେ ଦେଖିବାର କଥା, ଥାନାକୁ ଯାଉଥିବା ଲୋକଙ୍କୁ କିଭଳି ବ୍ୟବହାର ଦେଖାଉଛି ପୁଲିସ । ଆଉ ମୁଖ୍ୟମନ୍ତ୍ରୀଙ୍କ କଥାକୁ କେମିତି ପାଳନ କରୁଛନ୍ତି ପୋଲିସ ବାବୁ।

ଅଧିକ ପଢନ୍ତୁ