କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ଶେଷ ହୋଇଛି । ଆଜି ବିଧାନସଭାକୁ ଆସିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରିଥିଲେ । ଗୃହକୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା “ବିଧାନସଭାରେ ଆଜି କେମିତି ପ୍ରତିବାଦ ହେବ ସେସବୁ ଆଗକୁ ଦେଖିବେ” ବୋଲି କହିଛନ୍ତି । କହିରଖୁଛୁ ଯେ, ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତାରାଙ୍କୁ ନିଲମ୍ବନ କରିବା ପ୍ରତିବାଦରେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ବିଧାୟକ । ମାତ୍ର ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।
