ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣିନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍ନିକ୍ ଏହି ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । କିନ୍ତୁ ଦାବି କରାଯାଉଛି ଯେ ଏହାକୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯି ବ। ଲୁଟନିକ କହିଛନ୍ତି ଯେ ଏଲନ ମସ୍କ ଏଥିପାଇଁ ସଫ୍ଟୱେର୍ ପ୍ରସ୍ତୁତ କରୁଛନ୍ତି ।
ଲୁକନିକ୍ ପଡକାଷ୍ଟରେ କହିଥିଲେ ଯେ ଯଦି ମୁଁ ଆମେରିକାର ନାଗରିକ ନଥାନ୍ତି, ତେବେ ମୁଁ ମୋ ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ଏକ ସୁନା କାର୍ଡ କିଣିଥାନ୍ତି। ଯଦି କେବେ ଦେଶରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ମୁଁ ସିଧା ଆମେରିକା ଆସିବି ।ଡୋନାଲ୍ଡ ଟ୍ରମ୍ପ୍ ‘ଗୋଲ୍ଡ କାର୍ଡ’କୁ ଇବି-୫ ଭିସା କାର୍ଯ୍ୟକ୍ରମର ବିକଳ୍ପ ଦର୍ଶାଇଛନ୍ତି ଏବଂ କହିଛନ୍ତି, ଭବିଷ୍ୟତରେ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବା ସମ୍ଭବ । ତେବେ ଆମେରିକାର ନାଗରିକତା ପାଇଁ ଇବି-୫ ଭିସା କାର୍ଯ୍ୟକ୍ରମ ସବୁଠୁ ସହଜ ରାସ୍ତା । ଏଥିପାଇଁ ଲୋକଙ୍କୁ ୧ ମିଲିୟନ ଡଲାର (୮.୭୫ କୋଟି ଟଙ୍କା) ଦେବାକୁ ହୋଇଥାଏ । ଇବି-୫ ଭିସା କାର୍ଯ୍ୟକ୍ରମ ବିଦେଶୀଙ୍କୁ ସ୍ଥାୟୀ ବାସିନ୍ଦା ସୁବିଧା ପ୍ରଦାନ କରିଥାଏ । ଗୋଲ୍ଡ କାର୍ଡ ଉଭୟ ଆବାସିକ ଓ ନାଗରିକତା ସୁବିଧା ପ୍ରଦାନକୁ ତ୍ୱରାନ୍ୱିତ କରିବ । ତେବେ ଏ ନେଇ ଅଧିକ ମାର୍ଗଦର୍ଶିକା ଜାରି ହେବା ବାକି ରହିଛି ।