ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତିର ଭାଇ ଭାଗ ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ଘଟଣାରୁ ଜଣାପଡିଛି ଯେ, କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଜମି ଭାଗ କରାଇଦେବା ପାଇଁ ସେ ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟ ଠାରେ ଆବଦେନ କରିଥିଲେ। ହେଲେ ଏହି ଭାଗ ବଣ୍ଟା ପାଇଁ ତାଙ୍କୁ ସତ୍ୟପ୍ରିୟ ନାୟକ ବହୁତ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ସେ ଗୁରୁବାର ଅନୁଗୋଳ ଭିଜିଲାନ୍ସ କାର୍ଯାଳୟ ଠାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍‌ ଚରଣଙ୍କୁ ୨୦ ହଜାର ଟଙ୍କା କେମିକାଲ ଲଗାଇ ଦେଇଥିଲେ। ଏହି ଟଙ୍କା ନେଇ ଚରଣ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଅଫିସ ରୁମ୍‌ରେ ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଟ୍ରାପ ପରେ ସତ୍ୟପ୍ରିୟ ନାୟକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

ଅଧିକ ପଢନ୍ତୁ

Odisha Darpan Digital