୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ

୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଧରାପଡି ଛେଚା ଖାଇଲେ ଫରେଷ୍ଟର। ଶେଷରେ ବନ୍ଧା ହୋଇ ଜେଲ ଗଲେ। ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାରଲୋକ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀମାନେ ଫରେଷ୍ଟରକୁ କାବୁ କରି ମାଡ଼ ମାରିଥିଲେ। କେନ୍ଦୁଗୁଡା ଫାଣ୍ଡି ପୁଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନରସିଂହଙ୍କୁ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

kc ads